ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୭ରେ ମିସ୍ ଓ୍ୱାର୍ଲ୍ଡ ହୋଇଥିବା ମାନୁଷୀ ଚିଲ୍ଲର ଏବେ କେଉଁଠି? ଦୀର୍ଘଦିନରୁ ତାଙ୍କୁ ନାଁ ଆଉ ଚର୍ଚ୍ଚା ହେଉନି। ମିସ ଓ୍ୱାର୍ଲ୍ଡ ମୁକୁଟ ପିନ୍ଧିବା ପରେ ସେ ବଲିଉଡରେ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ପୃଥ୍ୱୀରାଜ ଚୌହାନଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମରେ ସେ ନଜର ଆସିବେ ବୋଲି ମଧ୍ୟ ଶୁଣା ଯାଉଥିଲା।

ଏବେ ମାନୁଷୀ କେଉଁଠି ଅଛନ୍ତି ଆଉ କ’ଣ କରୁଛନ୍ତି ଆସନ୍ତୁ ଜାଣିବା।

 

View this post on Instagram

 

Where to next?🛩 #CinnamonHotels #InspiringMoments #ThisIsSriLanka

A post shared by Manushi Chhillar (@manushi_chhillar) on

ମାନୁଷୀ ଏବେ ଶ୍ରୀଲଙ୍କାରେ ଛୁଟି କାଟୁଛନ୍ତି। ଏହି ଖବର ତାଙ୍କ ଇନଷ୍ଟଗ୍ରାମରୁ ହିଁ ଜଣାପଡ଼ିଛି। ମାନୁଷୀ ଶ୍ରୀଲଙ୍କାରେ ଛୁଟି କାଟୁଥିବା ସମୟର ଫଟୋ ତାଙ୍କ ଇନଷ୍ଟାରେ ସେୟାର କରିଛନ୍ତି। କିଛି ଦିନ ହେବ ସେ ଲଗାତର ଏମିତି ଫଟୋ ଅପଲୋଡ କରୁଛନ୍ତି।

ତେବେ ଯଦି ତାଙ୍କ କାମ କଥା କହିବା ତାହେଲେ ସେ ପୃଥ୍ୱୀରାଜ ଚୌହାନ ଫିଲ୍ମରେ ଅକ୍ଷୟ କୁମାରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସି ପାରନ୍ତି। ପୂର୍ବରୁ ସେ ଅଭିନେତା ରଣବୀର ସିଂହଙ୍କ ସହିତ ଫିଲ୍ମରେ ଆସିବେ ବୋଲି ଚର୍ଚ୍ଚା ହେଉଥିଲା।

Comment