ଓଡ଼ିଶାଲାଇଭ୍ ବ୍ୟୁରୋ

(ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି)

ନଅ ଦିନ ପରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତ ତିନି ରଥକୁ ଶ୍ରଦ୍ଧାର ସହ ଟାଣୁଛନ୍ତି।

ଆଗେ ଆଗେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ୁଥିବା ବେଳେ ମଝିରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପଛରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଆସୁଛି। ଆଉ କିଛି ସମୟ ପରେ ତିନି ରଥ ସିଂହଦ୍ୱାର ନିକଟରେ ଲାଗିଯିବ। ତେବେ ସବୁଠୁ ବଡ଼ କଥା ହେଉଛି ଆଜି ଶୃଙ୍ଖଳିତ ଭାବେ ନୀତିକାନ୍ତି ସମ୍ପନ୍ନ ହେବା ସହ ଧାର୍ଯ୍ୟ ସମୟ ଆଗରୁ ତିନି ରଥ ଟଣା ହୋଇଛି।

ଶ୍ରୀଗୁଣ୍ଡିଚା ଦିନ ଧାର୍ଯ୍ୟ ସମୟର ୨ ଘଣ୍ଟା ପୂର୍ବରୁ ରଥ ଟଣା ହୋଇଥିବା ବେଳେ ଆଜି ମଧ୍ୟ ବହୁ ପୂର୍ବରୁ ରଥ ଟଣା ହୋଇଛି। ଅପରାହ୍ଣ ୪ଟାରେ ରଥ ଟଣା ହେବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ୧ଟା୧୫ରେ ରଥ ଟଣା ହୋଇଥିଲା।

Bahuda Yatra of Lord Jagannath Odisha Puri, Rath Yatra 2019

ଦିନ ୧୨ଟା ବେଳେ ପହଣ୍ଡି ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହୋଇଥିଲା। ସକାଳ ୯ଟା୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୧ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା।

Comment