ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର :  ନବରଙ୍ଗପୁରରେ ମହା ସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନିଆଯାଇଥିଲା। ପରେ ସାଢେ ୩ଟାରେ ରଥ ଟଣା ହୋଇଥିଲା। ସାଢେ ୫ଟାରେ ଭଣ୍ଡାର ଘରଣୀ ମନ୍ଦିର ନିକଟରେ ରଥ ଅଟକିଥିଲା। ପରେ ପୋଡ ପିଠା ଭୋଗ ଲାଗି କରାଯିବା ପରେ ରଥ ଟଣାଯାଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା।

ରାଜ ପୁରୋହିତ ନରସିଂହ ତ୍ରିପାଠୀଙ୍କ ତତ୍ୱାବଧାନ ସୁମିତ ହଡପ, ତ୍ରିନାଥ ତ୍ରିପାଠୀ, ମିନି ପାଢୀ, ଗେଲେଇ ତ୍ରିପାଠୀ, ସୁମିତ ପାଳ, ଶେଷ ବ୍ରହ୍ମା ଓ ଜଗନ୍ନାଥ ବ୍ରହ୍ମାଙ୍କ ରଥଯାତ୍ରା ପରିଚାଳନା କରିଥିଲେ। ଜଗନ୍ନାଥ ନୀତି ପରିଚାଳନା ନିଯୋଗ ଓ ଦେବୋତ୍ତର ବିଭାଗ ପରିଚାଳନାରେ ସହଯୋଗ କରିଥିଲେ ବୋଲି ନିଯୋଗର ସମ୍ପାଦକ କୁନା ପାତ୍ର ସୂଚନା ଦେଇଛନ୍ତି।

Comment