ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର କେତେ ଘଣ୍ଟାର ପ୍ରତୀକ୍ଷା ପରେ ଆଡ଼ପ ମଣ୍ଡପରୁ ପହଣ୍ଡି ବିଜେ ହୋଇ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁ। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ସାଆନ୍ତ। ବାହୁଡ଼ାଯାତ୍ରାର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ମହାପ୍ରଭୁଙ୍କୁ ବାହୁଡ଼ାଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳ ଚହଳରେ ପୁରୀ ବଡ଼ଦାଣ୍ଡ ଫାଟି ପଡ଼ୁଛି।
ପୁରୀ ଆସିପାରି ନଥିବା ଭକ୍ତ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍ବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ପୁରୀରୁ ବାହୁଡ଼ା ଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।
ସକାଳ ୮ଟାରୁ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଓ ଫେସ୍ବୁକ୍ରେ ଚାଲିବ।