ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ପ୍ରଥମେ ବାହୁଡ଼ୁଛନ୍ତି ବଡ଼ ଠାକୁର ବଳଭଦ୍ର।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ, ବେଶ ଶେଷ, ଗୋପାଳ ବହ୍ଲବ ଓ ସକାଳ ଧୂପ ଶେଷ ହୋଇଛି। ଏହାପରେ ଆରମ୍ଭ ହୋଇଛି ପହଣ୍ଡି। ପ୍ରଥମେ ବଳଭଦ୍ର ଆଡ଼ପ ମଣ୍ଡପରୁ ଝୁଲି ଝୁଲି ରଥକୁ ଆସୁଛନ୍ତି।

ମହାପ୍ରଭୁଙ୍କୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଅପେକ୍ଷା କରି ରହିଛିନ୍ତି।

ଶରଧାବାଲିରେ ପ୍ରବଳ ଜନସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷାବ୍ୟବସ୍ଥା କଡ଼ା କଡ଼ି କରାଯାଇଛି।

Comment