ଓଡ଼ିଶାଲାଇଭ୍ ବ୍ୟୁରୋ

ତାମଦାନିରେ ଆସି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ତିନିରଥରେ ଛେରାପହଁରା କରିବେ ଗଜପତି। ଗଜପତିଙ୍କ ବାର୍ଷିକ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେଉଛି ଛେରାପହଁରା। ଶ୍ରୀଗୁଣ୍ଡିଚା ଦିନ ଏବଂ ବାହୁଡ଼ା ଯାତ୍ରା ଦିନ ଛେରାପହଁରା କରିବେ ଗଜପତି। ରଥରେ ଶ୍ରୀଜୀଉଙ୍କ ବନ୍ଦାପନା ଓ ଆଲଟ ଚାମର କରିବେ ଗଜପତି।

ପ୍ରଥମେ ବଳଦେବଙ୍କୁ ପହଣ୍ଡିକରି ତାଳଧ୍ୱଜ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବବଦଳନ ଓ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଇଛନ୍ତି ସେବକମାନେ। ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାର୍ଯ୍ୟ ପୂର୍ବରୁ ସରିଛି।

Comment