ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ିଛନ୍ତି ତିନି ଠାକୁର। ଧାଡ଼ି ପହଣ୍ଡିରେ ପ୍ରଥମେ ବଡ଼ ଭାଇ ବଳଭଦ୍ର ତା’ ପଛକୁ ଦେବୀ ସୁଭଦ୍ରା ରଥରେ ବିଜେ କରିଥିଲେ।

ଶେଷକୁ କାଳିଆ ଠାକୁର ରଥ ଉପରେ ବିଜେ କରିବା ପରେ ମଦନମୋଦନକୁ ସେବାୟତମାନେ କାନ୍ଧରେ ଧରି ନେଇଥିଲେ। ପହଣ୍ଡି ପରେ ୪ ଠାକୁର ରଥାରୂଢ଼ ହୋଇଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ସମୟ ନୀତିକାନ୍ତି ସମ୍ପନ୍ନ ହେଉଛି।

ବର୍ତ୍ତମାନ ଗଜପତି ରାଜା ଦିବ୍ୟସିଂହ ଦେବ ତାମଦାନିରେ ଆସି ତିନି ରଥର ଛେରାପହଁରା କାର୍ଯ୍ୟ କରିବେ। ଶରାଧାବାଲିରେ ରହିଥିବା ତିନି ରଥର ଛେରା ପହଁରା କାର୍ଯ୍ୟ ଶେଷ ହେବା ପରେ ଅପରାହ୍‌ଣ ୪ଟା ବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହେବ।

Comment