ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଆନନ୍ଦ ଉଲ୍ଲାସର ସହ ଆଜି ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ାଯାତ୍ରା ହୋଇଥିବା ବେଳେ ଶନିବାର ବାରିପଦାରେ ବାହୁଡ଼ାଯାତ୍ରା ହୋଇଥିଲା। ଗତକାଲିଠାରୁ ରଥାରୂଢ ହୋଇ ଶ୍ରୀଜୀଉମାନେ ରହିଥିଲେ।

ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାରିପଦାର ବଡଦାଣ୍ଡରେ ଗଡ଼ିଥିଲା।

ହଜାର ହଜାର ଭକ୍ତମାନେ ପ୍ରବଳ ଅ।ବେଗ ଏବଂ ଉତ୍ସାହର ସହ ନନ୍ଦିଘୋଷ ରଥକୁ ଭିଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ।

ଏହା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଥିଲେ। ବାରିପଦା ଟାଉନଥାନା ପାଖରେ ଦେବଦଳନ ରଥ ପହଞ୍ଚିଛି। ହଜାର ହଜାର ମା’ ଭଉଣୀମାନେ ଏହି ରଥ ଦଉଡି ଟାଣୁଥିବା ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ବଡଭାଇ ବଳଭଦ୍ରଙ୍କ ଦେବଦଳନ ରଥ ବାରିପଦା ବଡଦାଣ୍ଡରେ ଶୋଭାମଣ୍ଡନ କରିବ।

Comment