ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀଜୀଉଙ୍କ ସୁନାବେଶ। ସୁନାମଣ୍ଡିତ ହୋଇ ଝଟକୁଛନ୍ତି ମହାପ୍ରଭୁ। ଅପରାହ୍‌ଣ ୪ଟାରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ପୁରୀରେ ରାତି ୧୧ଟା ଯାଏଁ ଏହି ଅପୂର୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାପ୍ରଭୁଙ୍କ ଏହି ଆକର୍ଷଣୀୟ ବେଶ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି।

ଯଦି ଆପଣ ପୁରୀ ଯାଇପାରି ନାହାନ୍ତି, ତେବେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ପୁରୀରୁ ମହାପ୍ରଭୁଙ୍କ ସୁନାବେଶର ସିଧାପ୍ରସାରଣ ଦେଖନ୍ତୁ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ମାଧ୍ୟମରେ ଆପଣ ସୁନାବେଶର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖିପାରିବେ।

ରଥ ଉପରେ ସୁନାବେଶ ହେଉଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ବେଶ। ଏହି ଅପୂର୍ବ ବେଶ ଦେଖିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

Comment