ଓଡ଼ିଶାଲାଇଭ୍ ବ୍ୟୁରୋ

(ଫଟୋ – ବଦ୍ରିଶନାରାୟଣ ପତି)

  • ପୁରୀରେ ରାତି ୧୧ଟା ଯାଏଁ ଚାଲିବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ
  • ସୁନାମଣ୍ଡିତ ହୋଇ ଝଟକୁଛନ୍ତି ମହାପ୍ରଭୁ
  • ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇଛି ସୁନାବେଶ
  • ରାତି ୧୧ଟା ଯାଏଁ ଚାଲିବ ଦର୍ଶନ
  • ଭକ୍ତଙ୍କ ଭିଡ଼ ନଭାଙ୍ଗିଲେ ଅବଧି ବଢ଼ିବ
  • ସୁନାବେଶ ପାଇଁ ପୁରୀରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ

ତିନି ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସୁନାମଣ୍ଡିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍‌ଣ ୪ଟାରୁ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଆରମ୍ଭ ହୋଇଛି। ରାତି ୧୧ଟା ଯାଏଁ ଏହି ବେଶ ଚାଲିବ।

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି। ଯଦି ଭକ୍ତଙ୍କ ସଂଖ୍ୟା ବଢ଼େ ତାହାଲେ ସୁନାବେଶ ଦର୍ଶନର ଅବଧି ବଢ଼ାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Sunabsesh of Lord Jagannatjh 2019

କେମିତି ଦର୍ଶନ କରିବେ?

ସୁନାବେଶକୁ ଦୃଷ୍ଟିରେ ରଖି ତିନି ରଥ ଚାରିପଟେ ବ୍ୟାରିକେଡ୍ ନିର୍ମାଣ କରିଛି ପୋଲିସ ପ୍ରଶାସନ। ସୁନାବେଶ ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ପୁରୀରେ ମୁତୟନ କରାଯାଇଛି। ପୁରୀ ପ୍ରବେଶ ପଥରେ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି। ତିନି ରଥ ସିସିଟିଭି ନିଜରରେ ରହିଛି।

ଏହାସହ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରିଛି ପ୍ରଶାସନ। ଯେଉଁ ଭକ୍ତମାନେ ସୁନାବେଶ ଦର୍ଶନ କରିବାକୁ ଯାଉଛନ୍ତି ସେମାନେ ନନ୍ଦିଘୋଷ ରଥ ପଟେ ଥିବା ବ୍ୟାରିକେଡ୍‌ରେ ପ୍ରବେଶ କରିବେ।

Sunabesh of Lord jagannath 2019ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରିବା ପରେ ଦେବୀ ସୁଭଦ୍ରା ଏବଂ ପରେ ତାଳଧ୍ୱଜ ରଥରେ ବଳଭଦ୍ରଙ୍କ ସୁନାବେଶ ଦେଖି ପ୍ରସ୍ଥାନ କରିବେ ଭକ୍ତ।

ରଥ ଉପରେ ସୁନାବେଶ ହେଉଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ବେଶ। ଏହି ବେଶ ଦେଖିବା ପାଇଁ ପୁରୀରେ ପ୍ରବଳ ଭିଡ଼ ହୋଇଛି। ବର୍ଷାକୁ ଖାତିର୍ ନକରି ଲକ୍ଷ ଲକ୍ଷ ଲୋକ ସୁନାବେଶ ଦର୍ଶନ କରୁଛନ୍ତି।

Comment