ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୂଢ଼ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଛନ୍ତି। ଭକ୍ତମାନେ ତିନି ରଥରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଆଜି ରଥରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ମହାପ୍ରଭୁ। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।

Shree Jagannath Pahandi near Gundicha temple on Bahuda Yatra in Puri on Friday

ଆଜି ଅପରାହ୍‌ଣ ୩ଟାରୁ ଲାଇଭ୍‌ଷ୍ଟ୍ରିମିଂ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀରୁ ମହାପ୍ରଭୁଙ୍କ ସୁନାବେଶର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

Chariots near Gundicha temple on Bahuda Yatra in Puri on Friday

ସେହିପରି ଅଧରନୀତି ବା ଅଧରପଣାର ଲାଇଭ୍‍ ପ୍ରସାରଣ ୧୪ ଜୁଲାଇ ରବିବାର ସନ୍ଧ୍ୟା ୭ଟାରୁ ହେବ। ଚଳିତ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇ ରତ୍ନ ସିଂହାସନରେ ବସିବେ। ଜୁଲାଇ ୧୫ ତାରିଖ ସୋମବାର ଦିନ ଦେଶବିଦେଶରେ ଦର୍ଶକମାନେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଓ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପୁରୀରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

Chariots near Gundicha temple on Bahuda Yatra in Puri on Friday

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୨ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ୟୁଟ୍ୟୁବ୍‌ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ବାହୁଡ଼ା ଯାତ୍ରାର ମଧ୍ୟ ସିଧାପ୍ରସାରଣ କରାଯାଇଥିଲା। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି।

Comment