ଓଡ଼ିଶାଲାଇଭ ବ୍ୟୁରୋ

ଶନିବାର ରାଜ୍ୟ ୬ଟି ସ୍ଥାନରେ ଦୁର୍ଘଟଣା ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ଶନିବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ସକାଳେ ଅନୁଗୁଳ ଜିଲ୍ଲାରେ ସାମଲ ଥାନା ଅନ୍ତର୍ଗତ ନାଇକନାଳିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କାରରେ ଯାଉଥିବା ୫ଜଣ ଯୁବକ ଏକ ଟ୍ରକ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା।

ଅନ୍ୟଏକ ଦୁର୍ଘଟଣାରେ ବାହୁଡ଼ା ଯାତ୍ରା ଦେଖି ଫେରୁଥିବି ବେଳେ ମାନକାନଗିରି ଚମ୍ପାଖାରିଠାରେ ଏକ ବାଇକ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡାକରା ଗାଁରେ ଏକ ବାଇକ ଓ ଅଟୋ ମୁହଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ତୁରୁମୁଙ୍ଗା ପୋଲିସ ଥାନା ନିକଟରେ ସଡ଼କ ଦୁର୍ଘଟଣାରେ ଏକ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ତାଙ୍କଠୁ କେହି ଦୁର୍ବୃତ୍ତ ନଗଦ ଟଙ୍କା  ମୋବାଇଲ ଫୋନ ନେଇଯାଇଛନ୍ତି।

ସେହିପରି ପୁରୀ ଜିଲ୍ଲା ବିରହରେକୃଷ୍ଣପୁରରେ ଏକ ଘରୋଇ ବସ ସହ ବାଇକ ଧକ୍କା ହେବାରୁ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାର ତୁରେକେଲା ଥାନା ସେମେଲା ଛକଠାରେ ବାଇକରେ ଯାଉଥିବା ମା’ପୁଅଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା ଓ ମା ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।

Comment