ଓଡ଼ିଶାଲାଇଭ ବ୍ୟୁରୋ

ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଦଲସାହି ୫୭ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ଆହତ ହୋଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଵାମୀ, ସ୍ତ୍ରୀ’ଙ୍କ ନାମ ସନ୍ତୋଷ ପ୍ରଧାନ ଓ ଜ୍ୟୋସ୍ନା ପ୍ରଧାନ ବୋଲି ଜଣାପଡ଼ିଛି।

ସନ୍ତୋଷ ବାଇକରେ ତାଙ୍କ ସ୍ତ୍ରୀ’ଙ୍କୁ ନେଇ ଶ୍ଵଶୁର ଘରୁ ଫେରୁଥିବା ବେଳେ ବପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଜ୍ୟୋସ୍ନାଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ତୋଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comment