ଓଡ଼ିଶାଲାଇଭ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ସୁନାବେଶ। ଏଥର ହରିଶୟନ ଏକାଦଶୀ ପରିବର୍ତ୍ତେ ଗରୁଡ଼ ଶୟନ ଦ୍ୱାଦଶୀରେ ସୁନାବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ। ଅପରାହ୍‌ଣ ୪ଟାରୁ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ରାତି ୮ଟାରେ ସନ୍ଧ୍ୟା ଧୂପ, ରାତି ୧୨ଟା ୩୦ରେ ଚନ୍ଦନ ଲାଗି ହେବ। ଏହପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ସୁନାବେଶ ଲାଗି ଆଜି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିବ। ଚଳିତ ବର୍ଷ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ବ୍ୟାପକ ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ  ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ସେପଟେ ଦର୍ଶନକୁ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ। ଶୁକ୍ରବାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।

Comment