ଓଡ଼ିଶାଲାଇଭ ବ୍ୟୁରୋ

ସୁନାବେଶ ଶନିବାର ଅନୁଷ୍ଠିତ ହେବା ପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ଠାକୁରଙ୍କୁ  ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ ।

ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି।

ତେବେ ଏହି ନୀତିର ବିଶେଷତ୍ୱ ହେଉଛି ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ବିଶ୍ରାମ ପାଇଥାଉ, ଠିକ ସେହିପରି ମହାପ୍ରଭୁଙ୍କୁ ପଣା ଦିଆଯାଏ। ପଣା ପିଇ ମହାପ୍ରଭୁଙ୍କ ଟିକେ ବିଶ୍ରାମ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି।

Comment