ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରେ ଲୀଳାଖେଳା ସାରି ଶୁକ୍ରବାର ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ମହାବାହୁ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ କରିଛନ୍ତି ଶ୍ରୀଜୀଉ। ଆଜି ଶ୍ରୀଜୀଉ ରାଜାରାଜେଶ୍ୱରୀ ବେଶ ବା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପୁରୀରୁ ମହାପ୍ରଭୁଙ୍କ ସୁନାବେଶର କିଛି ଦୃଶ୍ୟ ଫଟୋରେ ଫଟୋରେ। (ଫଟୋ-ବଦ୍ରିଶନାରାୟଣ ପତି)

ରଥରେ ମହାପ୍ରଭୁ ଜଗନ୍ନାଥ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।
ରଥରେ ଶ୍ରୀବଳଦେବ ସୁନାବେଶରେ ଦର୍ଶନ ଦେଉଛନ୍ତି।
ସୁନାମଣ୍ଡିତ ହୋଇ ଝଟକୁଛନ୍ତି ଦେବୀ ସୁଭଦ୍ରା।
ମହାପ୍ରଭୁଙ୍କ ସୁନାବେଶ ପାଇଁ ସେବାୟତ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସୁନା କିରଟୀ ନେଇ ଯାଉଛନ୍ତି।
ସୁନାବେଶ ପାଇଁ ମହାପ୍ରଭୁଙ୍କ ଶ୍ରୀପୟର ନେଉଛନ୍ତି ସେବାୟତ।
ଶ୍ରୀବଳଦେବଙ୍କ ହଳ ଲଙ୍ଗଳ ନେଇ ଯାଉଛନ୍ତି ସେବାୟତ।
ସୁନାବେଶ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର।

Comment