ଓଡ଼ିଶାଲାଇଭ୍ ବ୍ୟୁରୋ

 ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଏବଂ ସୋସିଆଲ୍ ଚ୍ୟାନେଲ୍‌ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ କରାଯିବା ପରେ ରବିବାର (୧୪ ଜୁଲାଇ)ରେ ଅଧରପଣାର ସିଧାପ୍ରସାରଣ କରାଯିବ। ଓଡ଼ିଶା ତଥା ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ଏହି ବିଶେଷ ନୀତିକୁ ଡିଜିଟାଲ ମିଡିଆ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପହଞ୍ଚାଇବ।

ରବିବାର ସନ୍ଧ୍ୟା ୭ଟାରୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଫେସବୁକ ପେଜ୍‍ (www.facebook.com/odishalive) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଧରନୀତିର ସିଧାପ୍ରସାରଣ ଆରମ୍ଭ ହେବ।

ଚଳିତ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇ ରତ୍ନ ସିଂହାସନରେ ବସିବେ। ଜୁଲାଇ ୧୫ ତାରିଖ ସୋମବାର ଦିନ ଦେଶବିଦେଶରେ ଦର୍ଶକମାନେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଓ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପୁରୀରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୨ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି। ସେହିପରି ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ ମଧ୍ୟ ଦେଖିଛନ୍ତି ଦର୍ଶକ।

Comment