ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ସୋମବାର ଗୋଟି ପହଣ୍ଡିରେ ତିନିଠାକୁର ରଥରୁ ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିବେ। ଏହି ଅନ୍ତିମ ପର୍ବର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ସୋସିଆଲ୍ ଚ୍ୟାନେଲ୍‌ ଫେସ୍‌ବୁକ୍‌ରେ ସିଧାପ୍ରସାରଣ କରାଯିବ।

ଓଡ଼ିଶା ତଥା ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ଏହି ବିଶେଷ ନୀତିକୁ ଡିଜିଟାଲ ମିଡିଆ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପହଞ୍ଚାଇବ।

ସୋମବାର ଦିନ ୨ଟାରୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଫେସବୁକ ପେଜ୍‍ (www.facebook.com/odishalive) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନୀଳାଦ୍ରିବିଜେର ସିଧାପ୍ରସାରଣ ଆରମ୍ଭ ହେବ।

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତିର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଦର୍ଶକମାନେ ଦେଖିଥିଲେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୨ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି।

Comment