ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀରେ ତିନିରଥରେ ଅଧରନୀତି ଶେଷ ହୋଇଛି। ଆଜି ନୀଳାଦ୍ରି ବିଜେ। ଏହି ନୀତି ରଥଯାତ୍ରାର ଅନ୍ତିମ ପର୍ବ। ତିନି ରଥରୁ ଓହ୍ଲାଇ ମହାପ୍ରଭୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିବେ।

ଓଡ଼ିଶା ତଥା ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ଏହି ବିଶେଷ ନୀତିକୁ ଡିଜିଟାଲ ମିଡିଆ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପହଞ୍ଚାଇବ।

ଆଜି ଦିନ ୨ଟାରୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଫେସବୁକ୍ ପେଜ୍ (www.facebook.com/odishalive) ଚତୁର୍ଦ୍ଧାମୂର୍ତ୍ତିଙ୍କର ନୀଳାଦ୍ରି ବିଜେର ସିଧାପ୍ରସାରଣ ଆରମ୍ଭ ହେବ।

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତିର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଦର୍ଶକମାନେ ଦେଖିଥିଲେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୨ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି।

Comment