ଓଡ଼ିଶାଲାଇଭ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ଏଥିଲାଗି ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଏହାକୁ ଶ୍ରୀଜିଉମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ।

ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଏ।

ଆଧାରରେ ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା ହେବ। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟାନ୍ୟ ନୀତି ରାତି ୧ଟା ୧୫ରୁ ୨ଟା ୧୫ ମଧ୍ୟରେ ଶେଷ ହେବ। ନିଳାଦ୍ରୀ ବିଜେ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବ୍ୟାପକ ପ୍ରସ୍ତୁତ କରିଛି।

Comment