ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ ‘ଛବିରାଣୀ’ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଓଲିଉଡରେ ପ୍ରଥମ ବାୟୋପିକ କୁହାଯାଉଥିବା ଏହି ଫିଲ୍ମ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ଜୀବନୀ ଉପରେ ଆଧାରିତ।

୮୦ ଦଶକର ଛାତିଥରା ଘଟଣା। ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରେ ଘଟିଥିଲା ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ। ଏହି ପାଶବିକ ହତ୍ୟାକାଣ୍ଡ କଥା ଆଜି ବି ଶୁଣିଲେ ଲୋକଙ୍କ ଆଖିରେ ଲୁହ ଝରିଆସେ। ତେବେ ଏହି ନୃଶଂସ ହତ୍ୟାକାଣ୍ଡର ପରଦା ପଛର କାହାଣୀକୁ ନେଇ ନିର୍ମାଣ ହେଉଛି ଓଡ଼ିଆ ଫିଲ୍ମ – ‘ଛବିରାଣୀ ଦ ଅନ୍‌ଟୋଲ୍ଡ ଷ୍ଟୋରୀ’।

୩୯ ବର୍ଷ ତଳେ ଏହି ଘଟଣା ସାରାଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତତକାଳୀନ ପ୍ରଧାମନ୍ତ୍ରୀଙ୍କ ନିକଟରେ ମଧ୍ୟ କଥା ପହଞ୍ଚିଥିଲା।

ଛବିରାଣୀ ଫିଲ୍ମର ନିର୍ଦ୍ଦେଶନା ସହିତ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ବବି ଇସଲାମ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏହାର ମୁଖ୍ୟ ଭୂମିକାରେ ଅଭିନେତା ଅମନ ପରାଶର, ଅଭିନେତ୍ରୀ ଚନ୍ଦ୍ରାଣୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧରୀ ପ୍ରମୁଖ ଅଭିନୟ କରିଛନ୍ତି। କାହାଣୀକୁ ଆଧାର କରି ଏହାର ସଂଗୀତ ସଂଯୋଜନା ହୋଇଅଛି।

Comment