ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ପରଦାରେ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ବହୁଦିନରୁ ଦର୍ଶକ ଅପେକ୍ଷା କରିଥିଲେ। ଫିଲ୍ମରୁ କାହାଣୀଠୁ ଆରମ୍ଭ କରି ଟାଇଟଲ ପର୍ଯ୍ୟନ୍ତ ସବୁଥିରେ ସସପେନ୍ସ ରହିଥିଲା।

ଏବେ ସବୁ ସସପେନ୍ସ ଉପରୁ ପରଦା ହଟିଛି। ୟଶରାଜ ଫିଲ୍ମ ଏହାର ଦମଦାର ଟିଜର ରିଲିଜ କରିଛି। ଏଥିରେ ଫିଲ୍ମର ଟାଇଟଲ ‘ଓ୍ୱାର’ ରଖାଯାଇଛି। ଏଥିସହିତ ଫିଲ୍ମର ରିଲିଜ ଡେଟ ମଧ୍ୟ ପ୍ରକାଶ ପାଇଛି।

ଟିଜରରେ ହ୍ରିତିକ ଓ ଟାଇଗରଙ୍କ ହଲିଉଡ ଆକ୍ସନ ଦେଖିବାକୁ ମିଳିଛି। ୫୨ ସେକେଣ୍ଡର ଟିଜରରେ କେବଳ ଆକ୍ସନ ହିଁ ଦେଖିବାକୁ ମିଳିଛି।

ଫିଲ୍ମଟି ଅକ୍ଟୋବର ୨ରେ ରିଲିଜ ହେବ। ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ଥାନ ପରେ ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ । ହ୍ରିତିକ ରୋଶନ, ଟାଇଗର ଶ୍ରଫଙ୍କ ବ୍ୟତୀତ ବାଣୀ କପୁର ଲିଡ ରୋଲରେ ନଜର ଆସିବେ।

Comment