ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ରୋଜେନ୍ ସୋଲଡର ବା କାନ୍ଧ ଯନ୍ତ୍ରଣା ହେଉଛି ଏପରି ଏକ ସମସ୍ୟା ଯାହା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯାଏ ବା ଷ୍ଟିପ୍ ହୋଇଯାଏ। ଏହି ସମସ୍ୟା ପ୍ରାୟତଃ ରାତିରେ ଦେଖାଦିଏ।

ଅର୍ଥୋପେଡିକ୍ ସର୍ଜନ ଡାକ୍ତର ସୁନିଲ ସାହି କହିଛନ୍ତି, ‘‘ଫ୍ରୋଜେନ୍ ସୋଲଡର ହେଉଛି କାନ୍ଧ ଜନିତ ସମସ୍ୟା। ଏହା ହେବା ଫଳରେ କାନ୍ଧ ଷ୍ଟିପ୍ ହୋଇଯାଏ ବା ଜାମ୍ ହୋଇଯାଏ। ବେଳେ ବେଳେ କାନ୍ଧ ପାଖ ଅଚଳ ହୋଇଯାଏ। ବେଳେ ବେଳେ କାନ୍ଧ ଫୁଲିଯାଏ। ଯେଉଁ ଲୋକମାନଙ୍କର ମଧୁମେହ, ହାଇପରଥାଇରଏଡଜିମ୍ ଓ ହାର୍ଟ ସମସ୍ୟା ଥାଏ ସେମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଦିଏ।’’

ଏହି ସମସ୍ୟା ପ୍ରାୟ ୪୦ରୁ ୬୦ ବୟସର ଲୋକଙ୍କ ପାଖରେ ଦେଖାଦିଏ। ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, କିନ୍ତୁ କିଛି ଘରୋଇ ଉପାୟର ମଧ୍ୟ ଆବଶ୍ୟ ହୋଇଥାଏ।

କିଛି ଘରୋଇ ଉପଚାର କରିବା ପୂର୍ବରୁ ପ୍ରଥମେ କାନ୍ଧରେ ଗରମ ପାଣିର ସେକ ଦିଅନ୍ତୁ। ଦିନକୁ ୪ରୁ ୫ ଥର ୧୫ ମିନିଟ୍ ଯାଏଁ ଉଷୁମ ପାଣିର ସେକ ଦିଅନ୍ତୁ।

ଜାଣନ୍ତୁ ଫ୍ରୋଜେନ୍ ସୋଲଡରରୁ ଛୁଟକାରା ପାଇବା ପାଇଁ କିଛି ଘରୋଇ ଉପଚାର।

  • ବଜ୍ରାସନରେ ବସି ଯାଆନ୍ତୁ। ଗାଡ଼ିରେ ଅଫିସରେ ବସି ମଧ୍ୟ ଏହି ଯୋଗ କରି ପାରିବେ। ସିଧା ବସି ହାତକୁ ଢିଲା କରି ତଳେ ରଖନ୍ତୁ। ଧୀରେ ଧୀରେ ହାତକୁ କାନ୍ଧକୁ ବୁଲାନ୍ତୁ। କ୍ଲକ୍ ଓ୍ୱାଇଜ୍ ଆଣ୍ଟି କ୍ଲକ୍ ଓ୍ୱାଇଜ୍ କାନ୍ଧକୁ ବୁଲାନ୍ତୁ।
  • ଗୋଟେ ହାତରେ ଗୋଟେ ହାତ ମିଶାନ୍ତୁ। ଏହାପରେ ମୁଣ୍ଡ ପଛପଟେ ଦୁଇ ହାତ ରଖନ୍ତୁ। ହାତକୁ ଆଗକୁ ଏବଂ ପଛକୁ କରନ୍ତୁ।
  • ଗୋଟେ ହାତରେ ହାତ ମିଶାଇ ନମସ୍କାର ଭଳି କରନ୍ତୁ। ଏହାପରେ ଦୁଇ ହାତ ମିଶାଇ ଉପରକୁ ଟେକନ୍ତୁ। ଷ୍ଟ୍ରେଚ୍ କରିବାକୁ ଚେଷ୍ଟା କରନ୍ତୁ।

Comment