ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସୂତି ପରେ ମା’ମାନଙ୍କ ଶରୀର ଦୁର୍ବଳ ହୋଇଯାଏ। ଏଥିପାଇଁ ସେମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ମା’ ଖାଦ୍ୟରେ ଭଲ ପ୍ରୋଟିନ ବା ପୋଷକଯୁକ୍ତ ଖାଦ୍ୟ ଖାଇଲେ ଦୁଗ୍ଧ ତିଆରି ହେବାରେ ସାହାଯ୍ୟ କରିଥାଏ। ଏହାସହ ମା’ ବି ସୁସ୍ଥ ରହିଥାଏ।

ଜାଣନ୍ତୁ ପ୍ରସୂତି ପରେ କ’ଣ ଖାଇଲେ ମା’କୁ ଦୁର୍ବଳ ଲାଗି ନଥାଏ

ପାଳଙ୍ଗ ପ୍ରଚୁର ପରିମାଣରେ ଖାଦ୍ୟରେ ସାମିଲ କରିବା ଭଲ। ଏହା ଶରୀରରେ ଆଇରନ୍ ମାତ୍ରାକୁ ଅଧିକ କରିଥାଏ। ଏହାସହ ଗଜାବୁଟ ଓ ଗଜାମୁଗ ସକାଳେ ଖାଲିପେଟରେ ଖାଇବେ।

ଡାଲି ଜାତୀୟ ଖାଦ୍ୟ ଖାଦ୍ୟ ଶରୀର ପାଇଁ ବେଶ୍ ଭଲ। ହରଡ଼, ମୁଗ, ବୁଟ, ମସୁର, କୋଳଥ ଆଦି ଭିନ୍ନ ଭିନ୍ନ ଡାଲି ଖାଦ୍ୟରେ ସାମିଲ କରନ୍ତୁ। ଏହା ଶରୀରରେ ପ୍ରୋଟିନ୍ ମାତ୍ରାକୁ ଠିକ୍ ରଖିଥାଏ।

ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ବେଶ୍ ଲାଭଦାୟକ। ଅଣ୍ଡା କ୍ଷୀର ତିଆରି କରିବାରେ ସାହାଯ୍ୟ କରିଥାଏ।

Comment