ଓଡ଼ିଶାଲାଇଭ ବ୍ୟୁରୋ

୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶ ଧଓ୍ୱନ କେନ୍ଦ୍ରର ଜିଏସଏଲଭି ଏମକେ ୩ ’ବାହୁବଳୀ’ ରକେଟ ସାହାଯ୍ୟରେ ‘ଚନ୍ଦ୍ରଯାନ୨’ର ଉତକ୍ଷେପଣ ହେବାର ଥିଲା। ହେଲେ ସେହି ଦିନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

ଗୁରୁବାର ଇସ୍ରୋ ପକ୍ଷରୁ ଉତକ୍ଷେପଣର ପରବର୍ତ୍ତୀ ତାରିଖ ଘୋଷଣା କରାଯାଇଛି। ନୂଆ ତାରିଖ ଅନୁସାରେ ଜୁଲାଇ ୨୨ ତାରିଖରେ ଦ୍ୱିପ୍ରହର ୨ଟା ୪୩ ମିନିଟରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ହେବ।

ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ‘ଚନ୍ଦ୍ରଯାନ-୨’।

ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଯଦି ଏହା ପୂର୍ବ ନିର୍ଦ୍ଧାରିତ ତାରିଖରେ ଉତକ୍ଷେପଣ ହୋଇଥାନ୍ତା ତାହେଲେ ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିଥାନ୍ତା।

Comment