ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଆଉ ମିଳିବନି ଇ-ସିଗାରେଟ ଓ ଇ-ହୁକ୍କା ଭଳି ଇଲକ୍ଟ୍ରୋନିକ ଧୂମପାନ। ନିକୋଟାଇନ ଡେଲିଭରୀ ସିଷ୍ଟମ(ଇଏନଡିଏସ) ଭଳି ଇଲକ୍ଟ୍ରୋନିକ ନିଶା ଦ୍ରବ୍ୟ ଇ-ସିସା, ଇ-ହୁକ୍କା, ହିଟ ନଟ ବର୍ନ ତମାଖୁ ଆଦିରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଭୁବନେଶ୍ଵର ସମେତ ଅନ୍ୟ କିଛି ଜିଲ୍ଲାରେ ନିକୋଟିନ ଯୁକ୍ତ ଇ-ସିଗାରେଟ ଓ ଇ-ହୁକ୍କା ବହୁଳ ବ୍ୟବହାର ହେଉଥିବାର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାର ୧୯୪୦ ଡ୍ରଗ ଓ କସମେଟିକ ଆଇନ ବଳରେ ଇଏନଡିଏସ ଭଳି ଧୂମପାନ ତିଆରି, ବିକ୍ରି ଓ ବିଜ୍ଞାପନ ଉପରେ ପ୍ରତିନ୍ଧକ ଲଗାଇଛନ୍ତି। ଏହାସହ ଯଦି କଟକଣାକୁ ବେଖାତିର କରି ବିକ୍ରି କରାଯାଇ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାଛଡ଼ାର କିଛି ବିଜ୍ଞାପନ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ସାମ୍ନାକୁ ଆସିଛି। କିଛି ମାସ ପୂର୍ବେ କମିସନରେଟ ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ହୋଇଥିଲା। ଏଥିରେ ଇ-ସିଗାରେଟ ଭଳି କିଛି ଇଏନଡିଏସ ଭଳି କିଛି ଇଲକ୍ଟ୍ରୋନିକ ନିଶା ଦ୍ରବ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Comment