ଓଡିଶାଲାଇଭ୍ ବ୍ୟୁରୋ

ଖାଦ୍ୟ ଆମ ଶରୀର ପାଇଁ ମହତ୍ୱପୂର୍ଣ୍ଣ। କିନ୍ତୁ କିଛି ଲୋକ ଜାଣି ନଥା’ନ୍ତି, କେଉଁ ଖାଦ୍ୟ କେତେବେଳେ ଖାଇଲେ ଏହା ଶରୀର ପାଇଁ ଲାଭଦାୟକ। ଜାଣନ୍ତୁ କେଉଁ ଖାଦ୍ୟ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ।

କମଳା ଖାଇବା ହେହ ପାଇଁ ବହୁତ ଭଲ କିନ୍ତୁ ଏହାକୁ ଖାଲି ପେଟରେ ଖାଇଲେ ପେଟରେ ଏସିଡ ହେଇଥାଏା କମଳାରେ ଅର୍ଗାନିକ ଏସିଡ୍ ଭରି ରହିଥାଏ। ଏମିତରେ ବି ଖାଲିପେଟ ଥିବା ସମୟରେ ଏସିଡର ମାତ୍ରା ଅଧିକ ଥାଏ।  କମଳା ଖାଇବା ଦ୍ୱାରା ଏସିଡର ମାତ୍ରା ବଢ଼ିଥାଏା ଏବଂ ଷ୍ଟୋନ ହବାର ଆଶଙ୍କା ଅଧିକ ଥାଏ।

କଦଳିରେ ପ୍ରଚୁର ମାତ୍ରାରେ ମାଗ୍ନେ୍ନସିୟମ୍ ରହିଛିା  ଏହାକୁ ଖାଲିପେଟରେ ଖାଇବା ଦ୍ୱାରା ମାଗ୍ନେସିୟମ୍ ଓ କ୍ୟାଲସିୟମ୍ର ଭାରସାମ୍ୟରେ ଅସନ୍ତୁଳନ ହୋଇଥାଏା ଏତତ୍ ଛାତିରେ ଜଳାପୋଡା ହେଇଥାଏା

କନ୍ଦମୂଳରେ ମଧ୍ୟ ପେକସିନ ନାମକ ରସାୟନ ଥାଏା ଏଣୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଗ୍ୟାସ ହେଇଥାଏ। ଏବଂ ହଜମ  ପ୍ରକ୍ରିୟା ଖରାପ କରିଥାଏା

ଖାଳଇ ପେଟରେ ଚା’ରେ ପିଇଲେ ଏସିଡିଟି ହୋଇଥାଏ। ଚା’କୁ ଖାଲିପେଟରେ ପିଇଲେ ଖାଦ୍ୟ ହଜମ ହୋଇ ନଥାଏ।

ଟୋମାଟୋରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ଥାଏ। ଅଧିକ ପରିମାଣର ଟାନିକ୍ ଏସିଡ୍ ଥାଥିବାରୁ ପେଟରେ ଏସିଡିଟି ବଢ଼ାଇ ଦେଇଥାଏ। ଏହା ଖାଲି ପେଟରେ ଖାଇବା ଫଳରେ ଗ୍ୟାସଟ୍ରିକ୍ ହୋଇଥାଏ।

Comment