ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏକତା କପୁରଙ୍କ ସୁପରହିଟ ସୋ’ ‘କସୌଟି ଜିନ୍ଦେଗୀ କେ ୨’ରେ ପୁଣି ବଡ଼ ଟୁଇଷ୍ଟ ହେବାକୁ ଯାଉଛି। ସୋ’ରେ ପୁଣି ଜଣେ ନୂଆ ଭିଲେନଙ୍କ ଏଣ୍ଟ୍ରି ହେବ। ନୂଆ ଭିଲେନଙ୍କ ଏଣ୍ଟ୍ରି ପରେ ସିରିଏଲରେ ଆହୁରି ଦମଦାର ଏପିସୋଡ ଦେଖିବାକୁ ମିଳିବ।

ଖଳନାୟିକା କୋମଲିକା, ମିଷ୍ଟର ବଜାଜଙ୍କ ପରେ ଏ ହେବ ତୃତୀୟ ଭିଲେନ ଏଣ୍ଟ୍ରି। ମିଡିଆ ରିପୋର୍ଟ ଅନୁସାରେ ସିରିଏଲରେ ଟୁଇଷ୍ଟ ଆଣିବା ପାଇଁ ଏଥିରେ ମିଷ୍ଟର ବଜାଜଙ୍କ ପିଉସୀଙ୍କ ଏଣ୍ଟ୍ରି ହେବ।

ବଜାଜଙ୍କ ପିଉସୀଙ୍କ ଚରିତ୍ରରେ ଅଭିନୟ କରିବେ ବରିଷ୍ଠ କଳାକାର ଅଲକା ଅମିନ। ସେ ଏହି ସୋ ପାଇଁ ସାଇନ ମଧ୍ୟ କରି ସାରିଛନ୍ତି।

ସୋ’ରେ ଏହି ମହିଳା ଆସିବା ପରେ ସୋ’ର ହିରୋଇନ ପ୍ରେରଣାଙ୍କ ପାଇଁ ଆହୁରି ସମସ୍ୟା ବଢ଼ିଯିବ। ତେବେ ଏବେ ଦେଖିବାକୁ ବାକି ଯେ ନାୟିକା ଖଳନାୟିକାଙ୍କୁ ଟକ୍କର ଦେଇ ପାରୁଛନ୍ତି କି ନାହିଁ।

Comment