ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରମୁଖ ସଚିବ ରାଜେଶ ବର୍ମା କେନ୍ଦ୍ରକୁ ଡେପୁଟେସନ୍‌ରେ ଯାଇଛନ୍ତି। ବର୍ତ୍ତମାନ ସେ କେନ୍ଦ୍ର କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇବେ।  ରାଜେଶ ବର୍ମା ହେଉଛନ୍ତି ୧୯୮୭ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର।

ଏହି ଦାୟିତ୍ୱ ତୁଲାଇବା ପାଇଁ ରାଜେଶ ବର୍ମାଙ୍କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜେଶ ବର୍ମା ୨୦୧୭ ମସିହା ଜାନୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।

Comment