ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଡେପୁଟେସନରେ ଯାଇଥିବା ତିନି ଜଣ ଆଇପିଏସ୍ ଅଫିସର ଡେପୁଟେସନ ଶେଷ କରି କିମ୍ବା ଅଧାରୁ ଓଡ଼ିଶା ଫେରି ଆସିଛନ୍ତି।

୨୦୦୮ ବ୍ୟାଚର ଆଇପିଏସ ସତ୍ୟଜିତ ନାୟକ ଏଇ ବର୍ଷ ଜାନୁଆରୀ ମାସରେ ହିଁ କେନ୍ଦ୍ରକୁ ଯାଇଥିଲେ ଓ ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସିରେ ଏସପି ଭାବେ ଯୋଗ ଦେଇଥିଲେ। ତେବେ ନିର୍ଦ୍ଧାରିତ ୫ ବର୍ଷ ପୂରିବା ପୂର୍ବରୁ ତାଙ୍କୁ ରାଜ୍ୟକୁ ଫେରାଇ ଦିଆଯାଇଛି।BGU

ସେହିଭଳି ଦିଲ୍ଲୀରେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର  ଅତିରିକ୍ତ ଡିଜି ଥିବା ୱାଇକେ ଜେଥୱା ତାଙ୍କ ଡେପୁଟେସନ ଶେଷ ହେବା ପରେ ରାଜ୍ୟକୁ ଫେରିଛନ୍ତି। ସିଆଇଏସଏଫକୁ ଡେପୁଟେସନରେ ଯାଇଥିବା ରିତୁ ଅରୋରା ମଧ୍ୟ କେନ୍ଦ୍ର ଡେପୁଟେସନରୁ କିଛି ଦିନ ତଳେ ଓଡ଼ିଶା ଫେରି ଆସିଛନ୍ତି।

Comment