ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ରେ କିଙ୍ଗ୍‌ ଖାନ୍‌ଙ୍କୁ କିଏ ବା ନଚିହ୍ନେ। ଲଭ୍‌ ରୋମାନ୍ସ ଏବଂ ଜବରଦସ୍ତ ଅଭିନୟ ପାଇଁ ବଲିଉଡ୍‌ରେ ସୁପରଷ୍ଟାର ହୋଇପାରଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ। ଏଥିପାଇଁ ତାଙ୍କୁ କିଙ୍ଗ୍‌ ଅଫ୍‌ ରୋମାନ୍ସ ମଧ୍ୟ କୁହାଯାଏ। ଶାହାରୁଖ୍‌ ବର୍ତ୍ତମାନ ନିଜ ବଡ଼ ପୁଅ ଆର୍‌ୟାନ ଖାନ୍‌ଙ୍କୁ ବଲିଉଡ୍‌ରେ ଡେବ୍ୟୁ କରାଇଛନ୍ତି।

ଜୁଲାଇ ୧୯ରେ ଭାରତରେ ରିଲିଜ୍‌ ହୋଇଥିଲା ‘ଦି ଲାୟନ୍‌ କିଙ୍ଗ୍‌’। ଏହି ଫିଲ୍ମର ହିନ୍ଦି ଭର୍ସନରେ ନିଜ ଭଏସ୍‌ ଦେଇ ଆର୍‌ୟନ୍‌ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ‘ଦି ଲାୟନ୍‌ କିଙ୍ଗ୍‌’ ପିଲ୍ମରେ ଶାହାରୁଖ୍‌ ଖାନ୍‌, ଆଶିଷ ବିଦ୍ୟାର୍ଥୀ, ଶ୍ରୀୟାସ୍‌ ଥାଲ୍‌ପାଡ଼େ, ସଞ୍ଜୟ ମିଶ୍ରାଙ୍କ ଭଳି ବଲିଉଡ୍‌ର ବହୁ ନାମିଦାମୀ କଳାକାଳ ନିଜ ଭଏସ୍‌ ଦେଇଛନ୍ତି। ଏହି ପିଲ୍ମରେ ନିଜ ପିତାଙ୍କ ସହ ନିଜ ଭଏସ୍‌ ଦେଇଛନ୍ତି ଆର୍‌ୟନ୍‌।

ଆର୍‌ୟନ୍‌ ପ୍ରଥମ ବଲିଉଡ୍‌ ଫିଲ୍ମ ‘ଦି ଲାୟନ୍‌ କିଙ୍ଗ୍‌’ରେ ଶାହାରୁଖ୍‌ ତାଙ୍କ ବାପାଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଗତକାଲି ରିଲିଜ୍‌ ହୋଇଥିବା ବେଳେ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି। ଏହି ଫିଲ୍ମଟି ଆହୁରି ଭଲ ବ୍ୟବସାହ କରିବ ବୋଲି ଫିଲ୍ମ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ରିଲିଜ୍‌ ହେବାର ପ୍ରଥମ ଦିନରେ ‘ଦି ଲାୟନ୍‌ କିଙ୍ଗ୍‌’ ୧୧.୦୬ କୋଟି ଟଙ୍କାର ବ୍ୟବସାୟ କରିଛି।

Comment