ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ସେଥିପାଇଁ ବିଭିନ୍ନ ଶୈବପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କଟକ ଗଡ଼ଗଡ଼ିଆରୁ ଜଳ ଉଠାଇ ରାଜ୍ୟର ବିଭିନ୍ନ ଶୈବପୀଠକୁ ଯାତ୍ରା କରିଛନ୍ତି କାଉଡ଼ିଆ। ଏହି ମାସରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନାପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି।

ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରରେ ଆଜି ସକାଳ ୩ଟାରେ ମଙ୍ଗଳ ଆଳତି ଓ ଅବକାଶନୀତି ସମ୍ପନ୍ନ ହେବା ପରେ ଭୋର ୪ଟାରେ ସାହାଣ ମେଲା ଦର୍ଶନ ହୋଇଥିଲା। ଏହାପରେ କାଉଡ଼ିଆମାନେ ଜଳଲାଗି କରିଥିଲେ। କାଉଡ଼ିଆଙ୍କ ସୁରକ୍ଷା ପାଇଁ ଏଠାରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସିଂହଦ୍ଵାରର ଉତ୍ତର ଓ ଦକ୍ଷିଣ ପଟରେ ଲୁହା ବ୍ୟାରିକେଡ୍ ନିର୍ମାଣ କରାଯାଇଛି।

ସେହିପରି କଟକ ଜିଲ୍ଲାର ବାବ ଧବଳେଶ୍ଵରଙ୍କ ପୀଠରେ କାଉଡ଼ିଆଙ୍କ ଗହଳି ଦେଖିବାକୁ ମିଳିଥିଲା। ଏଠାରେ ରାତି ୩ଟାରେ ମନ୍ଦିର ଖୋଲିବା ପରେ କାଉଡ଼ିଆମାନେ ଜଳଲାଗି କରିଥିଲେ। କାଉଡ଼ିଆଙ୍କ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ଝୁଲା ପୋଲରୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ଓଡ଼ିଶାର ପ୍ରମୁଖ ଶୈବପୀଠ ଢେଙ୍କାନାଳରଠାରେ ମଧ୍ୟ ପ୍ରଥମ ସୋମବାରରେ ହଜାରହଜାର ଭକ୍ତଙ୍କ ଭିଡ଼ ହୋଇଥିଲା। ଏଠାରେ ମଧ୍ୟ କାଉଡ଼ିଆଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment