ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜହ୍ନ ରାଇଜକୁ ଯାତ୍ରା କଲା ଚନ୍ଦ୍ରଯାନ-୨। ଚନ୍ଦ୍ରଯାନ-୨କୁ ସଫଳ ଉତ୍‌କ୍ଷେପଣ କରି ମହାକାଶରେ ଆଉ ଏକ ଇତିହାସ ରଚିଲା ଭାରତ। ଏନେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓଡ଼ିଶା ପୁଅ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି।

ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣକୁ ନେଇ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର କାରୁକାର୍ଯ୍ୟ ନିର୍ମାଣ କରିଛନ୍ତି। ବାଳୁକା କଳା ମାଧ୍ୟମରେ ଭାରତକୁ ଶୁଭେଚ୍ଛା ଜଣାଇ ସୁଦର୍ଶନ ଲେଖିଛନ୍ତି, “ଚନ୍ଦ୍ରଯାନ ୨, ଇଣ୍ଡିଆ ମିଶନ ଟୁ ମୁନ୍‌। ଜୟ ହୋ”। ଏନେଇ ସୁଦର୍ଶନ ଟୁଇଟ୍‌ରରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି।

ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶ ଧଓ୍ୱନ ମଶାକାଶ କେନ୍ଦ୍ରରୁ ଜିଏସଏଲଭି ଏମକେ ୩ ‘ବାହୁବଳୀ’ ରକେଟ ସାହାଯ୍ୟରେ ‘ଚନ୍ଦ୍ରଯାନ୨’ର ଉତକ୍ଷେପଣ ସଫଳ ଉତକ୍ଷେପଣ ହୋଇଛି। ଚନ୍ଦ୍ରର ଦକ୍ଷିଣ ପୋଲ୍‌ରେ ଅବତରଣ କରିବାରେ ‘ଚନ୍ଦ୍ରଯାନ୨’ ହେଉଛି ସାରା ବିଶ୍ୱରେ ପ୍ରଥମ। ଆସନ୍ତା ସେପ୍ଟେମ୍ବର ମାସରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

Comment