ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରାଇଫ୍ରୁଟ୍ସ ଖାଇବା ପାଇଁ ଯେତିକି ଟେଷ୍ଟି ସେତିକି ଉପକାରୀ ମଧ୍ୟ। କିନ୍ତୁ ଡାଇ ଫ୍ରୁଟ୍ସ ମଧ୍ୟରେ କିସ୍‌ମିସ୍ ଆମ ଶରୀର ଲାଗି ବହୁତ ହି ଭଲ।

ଡାଇଟିସିଆନ୍ ସିମ୍ରନ୍ ସୋନି କହିବାନୁସାରେ ରାତିରେ କିସ୍‌ମିସ୍‌କୁ ପାଣିରେ ଭିଜାଇ ରଖନ୍ତୁ। ଫଳରେ କିସ୍‌ମିସ୍‌ରେ ଥିବା ଚିନି ଅଂଶ ବାହାରିଯିବ ଏବଂ ଏହାର ନ୍ୟୁଟ୍ରୀସନ୍ ଅଧିକ ହୋଇଯିବ। ପାଣିରେ ବତୁରାଇ ଥିବା କିସ୍‌ମିସ୍‌ରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ ଏବଂ ଫାଇବର୍‌ ଭରପୂର ଥାଏ।

୭ ଦିନ ଧରି ବତୁରା ହୋଇଥିବା କିସ୍‌ମିସ୍‌ ସକାଳୁ ଖାଲି ପେଟରେ ଖାଆନ୍ତୁ, ଅନେକ ଫାଇଦା ମିଳିବ। ଜାଣନ୍ତୁ କେଉଁ ଫାଇଦା ମିଳିବ।

  • ରାତିରେ ୧୦ରୁ ୧୨ଟି କିସ୍‌ମିସ୍‌ ପାଣିରେ ବତୁରାନ୍ତୁ। ସକାଳେ ଏଥିରୁ ପାଣି ଛାଣି କିସ୍‌ମିସ୍‌ ଖାଆନ୍ତୁ। ଫଳରେ ପାଚନ କ୍ରିୟା ଭଲ ହେବା ସହ ଖାଦ୍ୟ ହଜମ ବି ଭଲ ହେବ। ଡାଇଜେସନ୍‌ ମଧ୍ୟ ଠିକ୍ ରହିବ। ପେଟ ସୁସ୍ଥ ରହିବ ତ ମନ ବି ସୁସ୍ଥ ରହିବ।
  • ଦୁର୍ବଳ ଶରୀର ଥିବା ମହିଳାଙ୍କ ପାଇଁ ଏହା ମ୍ୟାଜିକ୍ ଭଳି କାମ କରିଥାଏ। ପ୍ରତିଦିନ କିସ୍‌ମିସ୍‌ ଖାଇଲେ ଶରୀରିକ ଦୁର୍ବଳତା ଦୂର ହୋଇଥାଏ। ଏହା ଏନର୍ଜି ମଧ୍ୟ ବଢ଼ାଇଥାଏ।
  • କିସ୍‌ମିସ୍‌ରେ ଥିବା ଆଣ୍ଟିଅନକ୍ସିଡାଣ୍ଟ ବାର୍ଦ୍ଧକ୍ୟ ମଧ୍ୟ ଦୂର କରିଥାଏ। ଏହା ତ୍ୱଚା ସଂକ୍ରମଣ ଏବଂ ତ୍ୱଚାର ବୟସ ଛାପକୁ ଦୂର କରିଥାଏ।
  • ରୋଗପ୍ରତିରୋଧକ ଶକ୍ତି କିସ୍‌ମିସ୍‌ ଖାଇବା ଦ୍ୱାରା ବଢ଼ିଥାଏ। ପାଣିରେ ବତୁରା ଯାଇଥିବା କିସ୍‌ମିସ୍‌ରେ ସବୁପ୍ରକାର ପୌଷ୍ଟିକ ତତ୍ୱ ଭରପୂର ଥାଏ।
  • ଆନେମିଆରୁ ରକ୍ଷା କରେ କିସ୍‌ମିସ୍‌। ଏଥିରେ ଆଇରନ୍ ପ୍ରଚୁର ମାତ୍ରାରେ ଥାଏ। ଏହାସହ ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିଥାଏ।
  • କିସ୍‌ମିସ୍‌ ଖାଇବା ଫଳରେ ପାଟି ଦୁର୍ଗନ୍ଧ ଦୁର ହୋଇଥାଏ।
  • ପ୍ରତିଦିନ କିସ୍‌ମିସ୍‌ ଖାଇଲେ ଦୃଷ୍ଟି ଶକ୍ତି ବଢ଼ିଥାଏ।

Comment