ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମୁକୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ।

ଜାମୁକୋଳି କେବଳ ଶରୀର ପାଇଁ ଉପକାରୀ ତାହା ନୁହେଁ, ବରଂ ତାର ମଞ୍ଜି, ପତ୍ର ଓ ଗଛର ଛେଲି ମଧ୍ୟ ଲାଭଦାୟକ ଅଟେ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍ ଓ ଭିଟାମିନ-ସି ପ୍ରଚୁର ମାତ୍ରାରେ ଭରି ରହିଥାଏ।

ଜାମୁକୋଳିର ଉପକାରୀ ଗୁଣ ବିଷୟରେ ଆସନ୍ତୁ ଜାଣିବା

  • ଜାମୁ କୋଳି ଖାଇଲେ ଶରୀରରେ ବ୍ଲଡ ସୁଗାରର ମାତ୍ରା ନିୟନ୍ତ୍ରିତ ହୋଇଥାଏ। ଏହା ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।
  • ଜାମୁକୋଳି ଖାଇବା ଦ୍ୱାରା ଯକୃତ ସମସ୍ୟା ଦୂର ହୋଇଥାଏ।
  • ଜାମୁକୋଳି ଗଛର ଛେଲିକୁ ଫୁଟେଇ ପିଇବା ଦ୍ୱାରା ପେଟ ରୋଗରୁ ମୁକ୍ତି ମିଳେ।
  • ତ୍ଵଚାରେ ଚମକ ଆଣିବାରେ ସାହାଯ୍ୟ କରେ ଜାମୁକୋଳି। ନିୟମିତ ଏହାକୁ ଖାଇବା ଦ୍ୱାରା ରଙ୍ଗ ସଫା ହୋଇଥାଏ। ଜାମୁକୋଳିର ମଞ୍ଜିକୁ ପେଷ୍ଟ୍‌ କରି କ୍ଷୀର ସହ ମିଶାଇ ଲଗାଇଲେ ତ୍ଵଚା ଚିକ୍କଣ ରହିଥାଏ।
  • ଜାମୁକୋଳି ମଞ୍ଚିକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ବିନ୍ଧା ଦୂର ହୁଏ।
  • ଜାମୁକୋଳି ମଞ୍ଚି ଗୁଣ୍ଡରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ଶରୀର ହୋଇଥିବା କୌଣସି ଘା’ ବା କ୍ଷତ ସ୍ଥାନରେ ଲଗାଇବା ଦ୍ଵାରା ତାହା ଖୁବଶୀଘ୍ର ଭଲ ହୋଇଯାଇଥାଏ।
  • କ୍ୟାନସର ରୋଗୀଙ୍କ ପାଇଁ ଜାମୁକୋଳି ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।
  • ଜାମୁକୋଳି ଖାଇଲେ ଭୋକ ଲାଗିଥାଏ।

ସାବଧାନ

  • ଜାମୁକୋଳି ଖାଇବା ପରେ କ୍ଷୀର ଆଦୌ ପିଅନ୍ତୁ ନାହିଁ।
  • ସ୍ଵାଦିଷ୍ଟ ଲାଗୁଛି ବୋଲି ଜାମୁକୋଳି ଅଧିକ ଖାଆନ୍ତୁ ନାହିଁ। ଜାମୁକୋଳିର ସେବନ ଉଚିତ ମାତ୍ରାରେ କରନ୍ତୁ।

Comment