ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ତାଙ୍କ ପଛରେ ଅଛନ୍ତି।

୧୨ତମ ରାଉଣ୍ଡ ସୁଦ୍ଧା ସାବିତ୍ରୀଙ୍କୁ ୭୪ ହଜାର ୭୪୫ ଭୋଟ ମିଳିଥିବା ବେଳେ ବିଜୟଙ୍କୁ ୫୮ ହଜାର ୨୨୦ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୭୯୧ ଭୋଟ ମିଳିଛି। ସାବିତ୍ରୀ ବିଜୟଙ୍କଠାରୁ ୧୬ ହଜାର ୫୨୫ ଭୋଟରେ ଆଗରେ ରହିଛନ୍ତି।

ମୋଯ ୧୮ ରାଉଣ୍ଡରେ ଭୋଟ ଗଣତି ହେବ। ବର୍ତ୍ତମାନ ସୁଦ୍ଧା ୧୩ତମ ରାଉଣ୍ଡ ଶେଷ ହୋଇଛି। ଆହୁରି ୬ ରାଉଣ୍ଡ ଭୋଟ ଗଣତି ବାକି ଅଛି। ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଥିବାରୁ ବାକି ୫ ରାଉଣ୍ଡରେ କିଏ କାହାକୁ ଚେକ୍‌ ଦେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପାଟକୁରାରେ ହୋଇଥିଲା ହାଇଭୋଲଟେଜ ନିର୍ବାଚନ। ବିଜୟଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଜୋରଦାର ରଣନୀତି ପ୍ରସ୍ତୁତ କରିଥିଲା। ମାଳ ମାଳ ନେତା ପାଟକୁରାରେ ଡେରା ପକାଇଥିଲେ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ବିଜେଡି ଆରମ୍ଭରୁ ହିଁ ଆଗେଇ ଚାଲିଥିଲା। ବିଜୟ ପଛରେ ପଡ଼ି ଯାଇଥିଲା। ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ।

Comment