ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଏକ ଭୁଟୁଭୁଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।

ନିଖୋଜ ଥିବା ମତ୍ସ୍ୟଜୀବୀ ହେଲେ ବାଲେଶ୍ଵର ବାହାବଳପୁର ଅଞ୍ଚଳର ପଞ୍ଚାନନ ଦଳାଇ।

ବୁଧବାର ଅପରାହ୍‌ଣରେ ଗୋଟିଏ ଭୁଟୁଭୁଟିରେ ୪ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ କଷାଫଳ ନଦୀକୁ ଯାଇଥିଲେ। ହଠାତ୍ ଭୁଟୁଭୁଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଏଥିରୁ ୩ ଜଣ ମତ୍ସ୍ୟଜୀବୀ ନଦୀ କୂଳକୁ ପହଁରି ପହଁରି ଆସିଥିଲେ। କିନ୍ତୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।

ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment