ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବର୍ତ୍ତମାନ ଚାଲିଛି ଦକ୍ଷିଣ ଭାରତୀୟ ଫିଲ୍ମ ରିମେକର ସିଜନ। ନିକଟରେ ସାଉଥ୍‌ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦି ରିମେକ୍‌ ‘କବିର ସିଂ’ ବ୍ଲକବଷ୍ଟର ହିଟ୍‌ ହୋଇଥିବା ବେଳେ ଏହି ଧାରାକୁ ବଜାୟ ରଖଇବାକୁ ଚାହିଛନ୍ତି ବିଶିଷ୍ଟ ଫିଲ୍ମ ନିର୍ମାତା କରଣ ଜୋହର।

“ଅର୍ଜୁନ ରେଡ୍ଡି’ ମୁଖ୍ୟ ଭୁମିକାରେ ଅଭିନୟ କରିଥିବା ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ତେଲଗୁ ଫିଲ୍ମ “ଡିୟର କମରେଡ’ ଶୁକ୍ରବାର ରିଲିଜ ହେବାକୁ ଯାଉଛିା ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛିା

କାରଣ ବଲିଉଡ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଏହି ଫିଲ୍ମର ହିନ୍ଦୀ ରିମେକ କରିବା ନେଇ ଘୋଷଣା କରିଛନ୍ତିା କରଣ ଜୋହର “ଡିୟର କମରେଡ’ର ସ୍ପେଶାଲ ସ୍କ୍ରିନିଙ୍ଗ ଦେଖିବାକୁ ଯାଇଥିଲୋ ସେଠାରେ ଏହି ଫିଲ୍ମ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ଏହାର ହିନ୍ଦୀ ରିମେକ କରିବା ନେଇ ନିଷ୍ପତି ନେଇଥିଲୋ

ସୁପରହିଟ୍‌ ଜୋଡ଼ି ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମୀକାଙ୍କ ଜୀବନ୍ତ ଅଭିନୟ ତାଙ୍କ ହୃଦୟକୁ ଛୁଇଁ ଥିବା କରଣ ଜୋହର ମିଡିଆ ଆଗରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here