ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତ ବର୍ଷର ସ୍ଵାଧିନତାର କାହାଣୀ ପ୍ରତି ଭାରତୀୟଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏମିତିକି ଏହି ସ୍ଵାଧିନତାର କାହାଣୀ ପ୍ରତି ଭାରତୀୟଙ୍କୁ ଜଣାଇବା ପାଇଁ ସେମାନଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଅନେକ ପିଲ୍ମ ବି ନିର୍ମାଣ କରିଯାଇଛି। ଯେଉଁ ଫିଲ୍ମରେ ଦେଶପ୍ରେମ ଓ ସ୍ଵାଧିନତା ବିଷୟରେ ଦର୍ଶାଯାଇଛି।

ଜାଣନ୍ତୁ ସେମିତି କିଛି ବଲିଉଡ ଫିଲ୍ମ ବିଷୟରେ….

ବର୍ଡର

ବର୍ଡର ଫିଲ୍ମ ଦେଶପ୍ରେମ ଓ ଦେଶଭକ୍ତିକୁ ନେଇ ନିର୍ମିତ ହୋଇଥିଲା। ଏହାର କାହାଣୀ ଭାରତ, ପାକିସ୍ତାନ ଭିତରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ହୋଇଥିଲା।

ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫିଲ୍ମର ଗୀତଗୁଡ଼ିକ ବି ବେଶ୍‌ ହିଟ୍‌ ହୋଇଥିଲା। ଏହି ଫିଲ୍ମରେ ବଲିଉଡର ଏକାଧିକ ଅଭିନେତା ଅଭିନୟ କରିଥିଲେ।

ଦ ଲିଜେଣ୍ଡ ଅଫ ଭଗତ ସିଂହ

ସ୍ଵାଧିନତା ସଂଗ୍ରାମୀ ଭଗତ ସିଂହଙ୍କ ଜୀବନୀରେ ଉପରେ ନିର୍ମିତ ହୋଇଥିଲା। ଏଥିରେ ବଲିଉଡ ଅଭିନେତା ଅଜୟ ଦେବଗନ ଅଭିନୟ କରିଥିଲେ।

ଅବ ତୁମ୍ହାରେ ହଓ୍ୱାଲେ ତନ ସାଥୀୟୋଁ

ପ୍ରଖ୍ୟାତ ଅଭିନେତା ଅମତାଭ ବଚ୍ଚନ ଓ ବବି ଦେୱଲଙ୍କ ଅଭିନୀତ ଏହି ଫିଲ୍ମରେ ଦେଶ ଭକ୍ତି ଓ ଦେଶପ୍ରେମ ଉପରେ ଆଧାରିତ। ଆଜି ବି ଏହି ଫିଲ୍ମର ଚାହିଦା ରହିଛି।

ଗଦରଏକ ପ୍ରେମ କଥା

ବହୁ ଲୋକପ୍ରିୟ ଫିଲ୍ମ ଗଦରରେ ବି ଦେଶପ୍ରେମକୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା ଏହି ଫିଲ୍ମରେ ସନି ଦେୱଲ ଓ ଅମିଷା ପଟେଲ ଅଭିନୟ କରିଥିଲେ।

ଲଗନ

ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଲଗନରେ ବି ଦେଶପ୍ରେମକୁ ନେଇ ନିର୍ମିତ ହୋଇଥିଲା। ଏଥିରେ ବ୍ରିଟିଶ ଶାସନର ଝଲକ ଦେଖାଯାଇଥିଲା। ଫିଲ୍ମଟି ୨୦୦୧ରେ ରିଲିଜ ହୋଇଥିଲା।

Salam Sahid

Comment