ଓଡ଼ିଶାଲାଇଭ ବ୍ୟୁରୋ

ପୋଲିସକୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ୟକ୍ତ ଲୋକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଢ଼ାବା ଭିତରୁ ମିଳିଥିବା ଏକ ନାବାଳକ ମୃତ୍ୟୁର ତଦନ୍ତ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ବାବୁ। ଏଥିରେ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଆହତ ହୋଇଛନ୍ତି।

ବସ୍ତା ମୁଖ୍ୟ ରାସ୍ତା ଇଡକୋ ହସପିଟାଲ ଛକ ନିକଟରେ ଥିବା ଏକ ଢ଼ାବାରୁ ଜଣେ ନାବାଳକର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିଲା। ନାବାଳକକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ଉତ୍ୟକ୍ତ ଲୋକେ ବସ୍ତା ମୁଖ୍ୟ ରସ୍ତାକୁ ଅବରୋଧ କରିବା ସହ ଢ଼ାବା ଭଙ୍ଗାରୁଜା କରିଥିଲେ।

ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସମୟରେ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ପୋଲିସ ଦୌଡ଼ିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ଏହାପୂର୍ବରୁ କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ଏକ ଅପରାଧିକୁ ଧରିବାକୁ ଯାଇଥିବା ବେଳେ ପୋଲିସଙ୍କୁ ଆକ୍ରମଣ କରିଥିଲେ ଲୋକେ। ଏଥରେ ଜଗତପୁର ଥାନା ଆଇଆଇସି ଆହତ ହୋଇଥିଲେ।

Comment