ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ୍‌ରେ ଡେଲିହଣ୍ଟ ଆପ୍ ଡାଉନଲୋଡ୍ କରନ୍ତୁ, ଓଡ଼ିଶାଲାଇଭ୍ ପେଜକୁ ଫଲୋ କରି ଓଡ଼ିଶାର ପ୍ରତିଦିନର ପ୍ରମୁଖ ଖବର ଜାଣନ୍ତୁ…   

ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ବା କଣ୍ଟେଣ୍ଟ ପ୍ଲାଟଫର୍ମ। ଡେଲିହଣ୍ଟରେ ଓଡ଼ିଶାଲାଇଭର ଫଲୋୟର୍ ସଂଖ୍ୟା ୧ ଲକ୍ଷ ଟପିଯାଇଛି। ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ନ୍ୟୁଜ୍ ମିଡିଆ ଓଡ଼ିଶାଲାଇଭ୍‌ର ପାଠକମାନଙ୍କ ପାଇଁ ଏହା ଏକ ଖୁସି ଖବର।

ଆଜିର ମୋବାଇଲ୍ ଯୁଗରେ ପାଠକମାନେ ବିଭିନ୍ନ ୱେବସାଇଟକୁ ନଯାଇ ନିଜ ସୁବିଧାରେ ବିଭିନ୍ନ ମୋବାଇଲ୍ ଆପ୍ ମାଧ୍ୟମରେ ଦେଶ ବିଦେଶର ଖବର ଜାଣିବାକୁ ଚାହୁଁଛନ୍ତି। ଗୋଟିଏ ପ୍ଲାଟଫର୍ମରେ ଅନେକ ଲୋକପ୍ରିୟ ୱେବସାଇଟର କଣ୍ଟେଣ୍ଟ ମିଳୁଥିବାରୁ ଏହି କଣ୍ଟେଣ୍ଟ ଆଗ୍ରିଗେସନ୍ ପ୍ଲାଟଫର୍ମ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି।

ଡେଲିହଣ୍ଟ ହେଉଛି ଏଭଳି ଏକ କଣ୍ଟେଣ୍ଟ ଏଗ୍ରିଗେସନ୍ ପ୍ଲାଟଫର୍ମ ଯାହାସହିତ ଭାରତର ବିଭିନ୍ନ ଭାଷାର ପ୍ରାୟ ୮୦୦ ପ୍ରକାଶକ ଯୋଡ଼ି ହୋଇପାରିଛନ୍ତି। ଓଡ଼ିଶାଲାଇଭ୍ ମଧ୍ୟ ଡେଲିହଣ୍ଟ ପ୍ଲାଟଫର୍ମର ଅନ୍ୟତମ ପ୍ରକାଶକ ଭାବେ ପ୍ରତିଦିନ ଏହା ମାଧ୍ୟମରେ ଖବର ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛି।

ଡେଲିହଣ୍ଟ ପ୍ଲାଟଫର୍ମରେ ଓଡ଼ିଶାରୁ ଥିବା ବିଭିନ୍ନ ନ୍ୟୁଜ୍ ପୋର୍ଟାଲ୍ ମଧ୍ୟରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ମିଡିଆ ଭାବରେ ଦିନକୁ ଦିନ ଅଧିକରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚୁଛି। ନିଜ ମୋବାଇଲରେ ଡେଲିହଣ୍ଟ ଆପ୍ ଡାଉନଲୋଡ୍ କରି ପାଠକମାନେ ଓଡ଼ିଶାଲାଇଭ୍ ପେଜକୁ ଯାଇ ଖବର ପଢ଼ୁଛନ୍ତି ଓ ଭିଡିଓ ମଧ୍ୟ ଦେଖୁଛନ୍ତି। ଇତିମଧ୍ୟରେ ଡେଲିହଣ୍ଟର ଗ୍ରାହକମାନେ ଓଡ଼ିଶାଲାଇଭ୍ ପେଜକୁ ଫଲୋ କରି ନିୟମିତ ଭାବରେ ଓଡ଼ିଶାଲାଇଭ୍ ସହିତ ଯୋଡ଼ି ହୋଇପାରିଛନ୍ତି। ଏହି ଫଲୋୟର୍ ସଂଖ୍ୟା ବର୍ତ୍ତମାନ ୧ଲକ୍ଷ ୨ହଜାର ରହିଛି। ପ୍ରତିଦିନ ନୂଆ ନୂଆ ପାଠକ ଡେଲିହଣ୍ଟ ଜରିଆରେ ଓଡ଼ିଶାଲାଇଭ୍ ସହିତ ଯୋଡ଼ି ହୋଇଛନ୍ତି।

‘‘ଓଡ଼ିଶା ସହିତ ଦେଶ ବିଦେଶର ପ୍ରମୁଖ ଖବର ଓଡ଼ିଆ ଭାଷାରେ ପରିବେଷଣ କରି ପୃଥିବୀର ବିଭିନ୍ନ କୋଣରେ ରହିଥିବା ପାଠକମାନଙ୍କ ପାଖରେ ଇଣ୍ଟରନେଟ୍ ମାଧ୍ୟମରେ ଆଜି ପହଞ୍ଚିପାରିଛି ଓଡ଼ିଶାଲାଇଭ୍। ଅନେକ ପାଠକ ସିଧାସଳଖ ଭାବେ ଓଡ଼ିଶାଲାଇଭ୍ ନ୍ୟୁଜ୍ ପୋର୍ଟାଲ୍ ଆସି ଖବର ପଢ଼ୁଛନ୍ତି। ତେବେ ଆଜିର ମୋବାଇଲ୍ ଓ ସୋସିଆଲ୍‌ ମିଡିଆ ଯୁଗରେ ବହୁ ପାଠକ ଓଡ଼ିଶାଲାଇଭର ଫେସବୁକ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହେଉଛନ୍ତି। ଡେଲିହଣ୍ଟ ଏପରି ଆଉ ଏକ ଅତ୍ୟାଧୁନିକ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଯାହା ମାଧ୍ୟମରେ ଓଡ଼ିଶାଲାଇଭ୍ ଆହୁରି ଅଧିକରୁ ଅଧିକ ପାଠକ ଓ ଦର୍ଶକଙ୍କ ପାଖରେ ପହଞ୍ଚିପାରିଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ସମ୍ପାଦନ ନୀଳାମ୍ବର ରଥ।

ଡେଲିହଣ୍ଟ ମାଧ୍ୟମରେ ଓଡ଼ିଶାଲାଇଭ୍‌ରୁ ଖବର ପଢ଼ୁଥିବା ଏବଂ ଓଡ଼ିଶାଲାଇଭ୍‌କୁ ଫଲୋ କରୁଥିବା ପାଠକମାନଙ୍କୁ ଶ୍ରୀ ରଥ ଧନ୍ୟବାଦ ଦେଇଛନ୍ତି। ଯେଉଁମାନେ ମୋବାଇଲ୍ ମାଧ୍ୟମରେ ଓଡ଼ିଆ ଭାଷାରେ ବିଶେଷକରି ଓଡ଼ିଶାର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଛନ୍ତି ସେମାନେ ଡେଲିହଣ୍ଟରେ ଓଡ଼ିଶାଲାଇଭକୁ ଫଲୋ କରିବାକୁ  ସେ ଅନୁରୋଧ କରିଛନ୍ତି।

ଓଡ଼ିଶାର ପ୍ରଥମ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭାବେ ୨୦୧୨ ମସିହାରୁ ଗଢ଼ି ଉଠିଥିବା ଓଡ଼ିଶାଲାଇଭ୍ ଆଜି ଖବର ପରିବେଷଣ କରିବା ସହ ବିଭିନ୍ନ ବିଷୟରେ ଭିଡ଼ିଓ ଉପସ୍ଥାପନ କରିଆସୁଛି। ଓଡ଼ିଶାଲାଇଭ୍ ନ୍ୟୁଜ୍ ପୋର୍ଟାଲ୍ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା କାଟାଗୋରି – ଏ ପୋର୍ଟାଲ୍ ଭାବେ ସ୍ୱୀକୃତି ପାଇଛି ସେହିପରି ଓଡ଼ିଶାଲାଇଭ୍‌ର ଫେସବୁକ୍ ପେଜ୍ ୬୦ହଜାର ଲାଇକ୍ ଛୁଇଁବାକୁ ବସିଥିବା ବେଳେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପାଖାପାଖି ୬ଲକ୍ଷ ସବସ୍କ୍ରାଇବର୍ ସଂଖ୍ୟାରେ ପହଞ୍ଚି ଏହାର ଲୋକପ୍ରିୟତାକୁ ପ୍ରମାଣିତ କରିଛି।

Comment