ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ନିର୍ବାଚନ ଫଳାଫଳର ଟିକିନିଖି ଖବର ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ କରାଯାଇଛି ବିଶେଷ ପ୍ରସ୍ତୁତି। ୨୩ ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତିର ଅପ୍‌ଡେଟ୍ ଖବର ସହ ପ୍ରମୁଖ ପ୍ରାର୍ଥୀଙ୍କ ହାର୍ ଜିତ୍ ଏବଂ ବିଭିନ୍ନ ଦଳର ପ୍ରତିକ୍ରିୟାକୁ ଆଧାର କରି ତାଜା ଖବର ପରିବେଷଣ କରାଯିବ।

ଭୋଟ ଗଣତିର ଟ୍ରେଣ୍ଡକୁ ଆଧାର କରି ଓଡ଼ିଶାଲାଇଭ୍ ନ୍ୟୁଜ ରୁମ୍ ପ୍ରସ୍ତୁତ କରିବ ବିଭିନ୍ନ ସମୀକ୍ଷାତ୍ମକ ତଥା ବିସ୍ତୃତ ରିପୋର୍ଟ। ତାଛଡ଼ା ପ୍ରମୁଖ ଖବରକୁ ଭିଡିଓ ଆକାରରେ ପରିବେଷଣ କରିବା ପାଇଁ ଓଡ଼ିଶାଲାଇଭ୍ ମିଡିଆର ଫିଲ୍ଡ ଟିମ୍ ପ୍ରସ୍ତୁତ ରହିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ପ୍ରମୁଖ ଦଳଗୁଡ଼ିକର କାର୍ଯ୍ୟାଳୟ ତଥା ଭୋଟ ଗଣତି କେନ୍ଦ୍ରରେ ସଜାଗ ରହିବେ ଓଡ଼ିଶାଲାଇଭ୍ ଟିମ୍।

ପାଠକମାନେ ଓଡ଼ିଶାଲାଇଭ୍ ନ୍ୟୁଜ ପୋଟାଲ www.odisha.live ମାଧ୍ୟମରେ ଖବର ଏବଂ ଭିଡିଓ ପାଇପାରିବେ। ତା’ ସାଙ୍ଗକୁ ଯେଉଁମାନେ ଫେସ୍‌ବୁକ୍‌ରେ ସକ୍ରିୟ ଅଛନ୍ତି ସେମାନେ ମଧ୍ୟ ଓଡ଼ିଶାଲାଇଭର ଫେସ୍‌ବୁକ୍‌ ପେଜ www.facebook.com/odishalive ମାଧ୍ୟମରେ ଓଡ଼ିଶା ବିଧାନସଭା ଏବଂ ଲୋକସଭା ନିର୍ବାଚନର ଫଳାଫଳ ଜାଣିପାରିବେ।

ODISHALIVE - LOGO 2018

ଯଦି ଆପଣଙ୍କ ମୋବାଇଲରେ DailyHunt ଆପ୍‌ ଅଛି ତାହାଲେ ଏଥିରେ ଆପଣ ଓଡ଼ିଶାଲାଇଭ୍‌ ପେଜକୁ ଯାଇ ଫଲୋ କରି ପ୍ରତିଟି ଖବର ଏବଂ ଭିଡିଓ ପାଇପାରିବେ।

ସେହିପରି ଯେଉଁ ଦର୍ଶକମାନେ ସୋସିଆଲ ମିଡିଆ ମଧ୍ୟରେ ୟୁଟ୍ୟୁବରେ ସକ୍ରିୟ ରହିଛନ୍ତି ସେମାନେ ମଧ୍ୟ ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସ୍ତୁତ ନିର୍ବାଚନ ସମ୍ପର୍କିତ ଭିଡିଓ  ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ https://www.youtube.com/odishalive ମାଧ୍ୟମରେ ଦେଖିପାରିବେ।

‘‘ଚଳିତ ବର୍ଷ ନିର୍ବାଚନ ସମୟରେ ଓଡ଼ିଶାଲାଇଭ୍ ମିଡିଆ ଟିମ୍ ଖବର ଏବଂ ସମୀକ୍ଷାତ୍ମକ ରିପୋର୍ଟ ପରିବେଷଣ ସହ ରାଜନୀତି ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଭିଡିଓ ସାକ୍ଷାତକାର ପରିବେଷଣ କରି ଡିଜିଟାଲ ମିଡିଆରେ ଆଗଧାଡ଼ିରେ ରହିଛି। ତେଣୁ ନିର୍ବାଚନର ଶେଷ ପାହାଚରେ ଭୋଟ ଗଣତି ବେଳେ ଓଡ଼ିଶାଲାଇଭର ଦର୍ଶକ ଏବଂ ପାଠକମାନେ କିଭଳି ସବୁ ଗୁରୁତ୍ୱପୂର୍ଣ୍ଣ ଖବର ଗୋଟିଏ ସ୍ଥାନରୁ ପାଇପାରିବେ ସେଥିଲାଗି ଏହି ଡିଜିଟାଲ ପ୍ଲାଟଫର୍ମ ଉଦ୍ୟମ କରୁଛି’’, କହିଛନ୍ତି ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

Comment