ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଓଡ଼ିଶାରେ ଲୋକ ବସଷ୍ଟାଣ୍ଡରେ ପାଇବେ ଏୟାରପୋର୍ଟ ଭଳି ସୁବିଧା। କଟକରେ ବିଶ୍ଵସ୍ତରୀୟ ବସ୍ ଟର୍ମିନାଲ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକାରୀ କଟକ ଗୋପାଳପୁରରେ ନିର୍ମିତ ହେବାକୁଥିବା ଏହି ବସ ପୋର୍ଟ ସପକ୍ଷରେ ଅଛନ୍ତି। ଏହି ବସ ପୋର୍ଟରେ ଏୟାରପୋର୍ଟ ଭଳି ସମସ୍ତ ସୁବିଧା ରହିବ।

ପ୍ରସ୍ତାବିତ ଏହି ବସ ପୋର୍ଟ ୪୨ ଏକର ଜମି ଉପରେ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ପ୍ରକଳ୍ପ ସରକାରୀ ଘରୋଇ ପିପିପି ମୋଡରେ ପ୍ରତିଷ୍ଠା ହେବ। ଏଥିରେ ପ୍ରାୟ ଏକ ଶହ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ଅନୁଧ୍ୟାନ ରିପୋର୍ଟରୁ ସୂଚନା ମିଳିଛି।

କଟକ ବାଦାମବାଡ଼ି ବସଷ୍ଟାଣ୍ଡରୁ ପ୍ରତିଦିନ ୬ଶହ ବସ ଯିବା ଆସିବା କରୁଛି। ରାଜ୍ୟର ଏହି ପ୍ରମୁଖ ବସଷ୍ଟାଣ୍ଡକୁ ନୂତନ ଭାବେ ପ୍ରତିଷ୍ଠା କରି ବସ ପୋର୍ଟକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ କଟକର ଗୋପାଳପୁର-ବାଲିକୁଦା ରେଳ ଷ୍ଟେସନ କଡ଼ରେ ଥିବା ଜମିରେ ବସ ପୋର୍ଟ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି।

LEAVE A REPLY

Please enter your comment!
Please enter your name here