ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି। ବିଗତ ଏକ ମାସ ଧରି ଏହି ଦର ବୃଦ୍ଧି ପାଇବା ଫଳରେ ଗ୍ରାହକଙ୍କ ଆଖିରୁ ନିଦ ହଜିଯାଇଛି। ବିଶେଷ କରି ଯେଉଁମାନେ ଶାକାହାରୀ ସେମାନେ ଏହି ଦର ବୃଦ୍ଧି ଯୋଗୁଁ ଚିନ୍ତିତ ହୋଇ ପଡ଼ିଛନ୍ତି।

ଗୋଟିଏ ପଟେ ଆଳୁ ଓ ପିଆଜ ଦର ବେଲଗାମ ହୋଇଥିବା ବେଳେ ଅନ୍ୟ ପରିବା ଦର ମଧ୍ୟ ସେହି ହାରରେ ବଢ଼ି ଚାଲିଛି। ବର୍ତ୍ତମାନ ସମୟରେ ପନି ପରିବା ଦର କମିବା କଥା। କିନ୍ତୁ ତାହା ବଢ଼ି ଚାଲିଛି। ଶୀତ ଋତୁରେ ଭଲ ପରିବା ଉତ୍ପାଦନ ହେଉଥିବାରୁ ଦର ହ୍ରାସ ପାଇବା ଆଶା କରାଯାଏ। କିନ୍ତୁ ତାହା ଏବେ ଦେଖାଯାଉନାହିଁ।

ଏହି କ୍ଷଣି ବଜାରରେ କୌଣସି ପରିବା ଦର କେଜି ପିଛା ୫୦ ଟଙ୍କାରୁ କମ ନୁହେଁ। ଗୋଟିଏ ପଟେ ଖୁଚୁରା ବେପାରୀ କହୁଛନ୍ତି ହୋଲସେଲ ବଜାରରେ ଦାମ ବୃଦ୍ଧି ଯୋଗୁଁ ସେମାନେ ନିରୁପାୟ। ତେଣେ ହୋଲସେଲ ବ୍ୟବସାୟୀ କହୁଛନ୍ତି ବଜାରକୁ ଯଥେଷ୍ଟ ପରିମାଣରେ ମାଲ ଆସୁନାହିଁ।

ଦ୍ୱୈତ ନଗରୀରେ ପରିବା ଦର ଏମିତି କିଛି

  • ପିଆଜ ୭୦ ଟଙ୍କା
  • କଲରା ୭୦ ଟଙ୍କା
  • ବିନ୍ସ ୮୦ ଟଙ୍କା
  • ବାଇଗଣ ୬୦ ଟଙ୍କା
  • ଲାଉ ୬୦ ଟଙ୍କା
  • ଭେଣ୍ଡି ୬୦ ଟଙ୍କା
  • ଫୁଲକୋବି ୫୦ ଟଙ୍କା

Comment