ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରୀ ରାଜ୍ୟବାସୀଙ୍କୁ ଡରାଇବାରେ ଲାଗିଛି। ଏଥିମଧ୍ୟରେ ହୋଲି ପର୍ବ ପଡୁଥିବାରୁ, ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବାରଣ ସତ୍ତ୍ୱେ ସହରରେ ହୋଲିକୁ ଧୁମ୍‌ଧାମରେ ପାଳନ କରିବା ଆଶଙ୍କା କରାଯାଇ, କମିସନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।

ହୋଲି ସମୟରେ ସହରାଞ୍ଚଳରେ ସମସ୍ତ ଥାନାଗୁଡ଼ିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ୧୨ ଜଣ ଡିସିପି ଓ ୧୫ ଜଣ ଏସିପିଙ୍କୁ ସୁରକ୍ଷା ଦାୟିତ୍ୱ ତଦାରଖ କରିବାକୁ କୁହାଯାଇଛି। ସହରରେ ଅପ୍ରୀତିକର ପରିସ୍ଥିତି ଏଡ଼େଇବାକୁ କମିସନରେଟ ପୋଲିସ ପକ୍ଷରୁ ଷ୍ଟାଇକିଂ ଫୋର୍ସକୁ ସଜାଗ କରାଯାଇଛି।

ହୋଲି ଦିନ କେହି ଘରୁ ନବାହାରି ନିଜ ନିଜ ଘରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହି ନିୟମକୁ କେହି ଉଲଙ୍ଘନ କରନ୍ତି, ତେବେ ସେମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି।

Comment