ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ସତର୍କ ହେଲା ନଗର ଉନ୍ନୟନ ବିଭାଗ। ଏନେଇ ଦିନ ୨ଟାରୁ ସହରାଞ୍ଚଳର ସବୁ ପାର୍କ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ଵରରେ ମଧ୍ୟ ସବୁ ପାର୍କ ୨ଟାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପାର୍କରେ ଥିବା ଖୋଲା ଜିମ୍‌ ମଧ୍ୟ ବନ୍ଦ ରହିବ।

କରୋନା ଭାଇରସ୍‌ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କଟକ-ଭୁବନେଶ୍ଵରରେ ସମସ୍ତ ସିନେମା ହଲ୍‌, ସପିଂ ମଲ୍‌ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଭିନ୍ନ ଜିଲ୍ଲାରେ ମଧ୍ୟ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଭାଇରସ୍‌ ଭାରତରେ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। ଭାଇରସ୍‌ରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି।

Comment