ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ନୂତନ ସରକାର ଗଠନ ହେବା ପରେ ମଙ୍ଗଳବାର ଷୋଡ଼ଶ ବିଧାନସଭା ଅଧିବେଶନ ବସିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗଣେଷୀ ଲାଲ ନିଜ ଅଭିଭାଷଣ ରଖି ଅଧିବେଶନ ଆରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କଟକରୁ ଭୁବନେଶ୍ୱର ଯାଏଁ ମେଟ୍ରୋ ଟ୍ରେନ୍‌ ଚଳାଚଳ ହେବା ନେଇ ନିଜ ଅଭିଭାଷଣରେ କହିଛନ୍ତି।

ଖୁବ୍‌ଶୀଘ୍ର ଟୁଇନ୍‌ ସିଟି କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚଳାହେବ ହେବ। ଏନେଇ ରାଜ୍ୟସରକାର ତୁରନ୍ତ ଉଦ୍ୟମ କରିବେ। ମେଟ୍ରୋ ଟ୍ରେନ୍‌ ଚଳାଚଳ ଦ୍ୱାରା ବୋଲି ଦୁଇ ସଂସ୍କୃତି ସହର ପରସ୍ପର ସହ ଯୋଗାଯୋଗ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି।

ସେହିପରି ଆଗାମୀ ଦିନରେ ବିଜୁ ଏକ୍ସପ୍ରେସ ୱେ ଓଡିଶାର ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ଭାଗକୁ ସଂଯୋଗ କରିବ ବୋଲି ନିଜ ଅଭିଭାଷଣ ରାଜ୍ୟପାଳ ଗଣେଷୀ ଲାଲ କହିଛନ୍ତି।

Comment