ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲକ୍‌ ୪.୦ ଲାଗୁ ହେବା ପରେ ଦୀର୍ଘ ୫ ମାସ ପରେ ଆଜିଠୁ ଦେଶର ବିଭିନ୍ନ ଅଞ୍ଚଳରେ ଗଡ଼ିଛି ମେଟ୍ରୋ ଟ୍ରେନ। ଲକ୍ଷ୍ନୌ, ଦିଲ୍ଲୀ, କୋଲକାତା, ଚେନ୍ନାଇ ସମତେ ଅନ୍ୟ ସହରରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି।

ସକାଳ ୭ଟାରୁ ଆରମ୍ଭ ହୋଇଛି ମେଟ୍ରୋ ସେବା। କରୋନା କଟକଣାକୁ କଡ଼ାକଡ଼ି କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଉଛି। ଏଥିସହ ଟଚଲେସ୍‌ ବ୍ୟବସ୍ଥା କିଭଳି କରିହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ଟ୍ରେନ ସଂଖା ବଢ଼ାଇବା ପାଇଁ ଯୋଜନା କରାଯାଉଛି।BGU

ଟ୍ରେନ ଚଳାଚଳ ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟ ମେଟ୍ରୋ ଷ୍ଟେସନଗୁଡ଼ିକ ସାନିଟାଇଜ ମଧ୍ୟ କରାଯାଇଥିଲା। ଟ୍ରେନ ବଗିକୁ ମଧ୍ୟ ସ୍ୱତନ୍ତ୍ର ଭାବେ ସାନିଟାଇଜ କରାଯାଇଥିଲା।

Comment