ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବୁଧବାରଠୁ କଟକ ଭୁବନେଶ୍ଵର ମଧ୍ୟରେ ଗଡ଼ିବ ବସ୍‌। ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଗୋଟିଏ ବସ୍‌ ଚଳାଚଳ କରିବ। ଏହି ବସ୍‌ ଅଫିସ ଟାଇମ୍‌ରେ ଯିବା ଆସିବା କରିବ। ବସ୍‌ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ବସ୍‌ ଚଳାଚଳ ବ୍ୟବସ୍ଥା ହେଉଥିଲେ ମଧ୍ୟ ଭଡ଼ା ଦୁଇଗୁଣ କରାଯାଇଛି। ଯେହେତୁ ଅଧା ସିଟ୍‌ରେ ଲୋକ ଯିବେ, ତେଣୁ କ୍ଷତି ହ୍ରାସ ପାଇଁ ଭଡ଼ା ଦୁଇଗୁଣ କରାଯାଇଛି। ଭଡ଼ା ଦୁଇଗୁଣ ହେଲେ ଆଉ ମାଲିକମାନେ କ୍ଷତି ସହିବେ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍‌ ସମୟରେ ସରକାରୀ କର୍ମଚାରୀ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ପରିବହନ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ କରିଛନ୍ତି।

Comment