ଓଡ଼ିଶାଲାଇଭ୍ ବ୍ୟୁରୋ

 

ବାଦମରେ ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ ଆଦି ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ। ଏହାକୁ ଖାଇଲେ ଶରୀର ସୁସ୍ଥ ହେବା ସଙ୍ଗେ ସଙ୍ଗେ ଓ ସତେଜ ରହିଥାଏ। ପିଲାମାନଙ୍କୁ ମା’ମାନେ ସକାଳେ ଖାଲି ପେଟରେ ବାଦାମ ଖାଇବାକୁ ଦେଇ ଥାଆନ୍ତି। କୁହାଯାଏ ଯେ, ଏପରି କଲେ ମସ୍ତିଷ୍କ ସୁସ୍ଥ ରହିଥାଏ। ଖାଲି ସେତିକି ନୁହେଁ ଏହା ମସ୍ତିଷ୍କର କ୍ଷମତାକୁ ବି ବଢ଼ାଇଥାଏ।

କିନ୍ତୁ ଆପଣ ଜାଣନ୍ତିକି ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ। ଜାଣନ୍ତୁ କେଉଁମାନଙ୍କ ପାଇଁ ବାଦାମ କ୍ଷତିକାରକ।

ଯଦି ଆପଣଙ୍କର କିଡନିରେ ଷ୍ଟୋନ୍ ହୋଇଛି ବା ଗଲବ୍ଲାଡର୍ ଜନିତ କୌଣସି ସମସ୍ୟା ଥାଏ, ସେମାନଙ୍କ ପାଇଁ ବାଦାମ ଠିକ୍ ନୁହେଁ।

ପ୍ରଥମତଃ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନଙ୍କୁ ବାଦାମ ଖାଇବା ମନା। କାରଣ ରକ୍ତଚାପ ଔଷଧ ସେବନ କରୁଥିବା ହେତୁ ଏହାର ଖରାପ ପ୍ରତିକ୍ରିୟା ପଡ଼ିଥାଏ ଶରୀର ଉପରେ।

ଯଦି ଆପଣଙ୍କର ବଦହଜମୀ ଭଳି ସମସ୍ୟା ଥାଏ। ବାଦାମ ଖାଇବାରୁ ନିବୃତ୍ତ ରହନ୍ତୁ। କାରଣ ବାଦାମରେ ଫାଇବର ମାତ୍ରା ଅଧିକ। ଠିକ୍ ସେହିପରି ଯଦି ଏସିଡିଟି ସମସ୍ୟା ଅଛି,ତେବେ ବାଦାମ ନ ଖାଇବା ଭଲ।

ଯେଉଁମାନେ ମୋଟାପାର ଶିକାର ହେଉଛନ୍ତି, ସେମାନେ ମଧ୍ୟ ବାଦାମ ନ ଖାଇବା ଭଲ। କାରଣ ଏଥିରେ କ୍ୟାଲୋରିରର ମାତ୍ରା ଅଧିକ।

ଯଦି ଆପଣ ଅସୁସ୍ଥ ଅଛନ୍ତି ଏବଂ ଆଣ୍ଟିବାୟୋଟିକ୍ ମେଡିସିନ୍ ସେବନ କରୁଛନ୍ତି। ବାଦାମ ଖାଇବା ଉଚିତ୍ ନୁହେଁ।

Comment